Jump to content

ଉଇକିପିଡ଼ିଆ:ଓଡ଼ିଆ ଉଇକିପିଡ଼ିଆ ମହିଳା ଉଇକିଆଳି

ଉଇକିପିଡ଼ିଆ‌ରୁ
୧୭:୫୭, ୨୧ ମାର୍ଚ୍ଚ ୨୦୧୬ ବେଳେ 106.67.151.123 (ଆଲୋଚନା) (→‎ଅଲିଭା ସାହୁ) ଙ୍କ ଦେଇ ହୋଇଥିବା ସଂସ୍କରଣ


ଓଡି଼ଆ ଉଇକିପିଡି଼ଆ ମହିଳା ସହଯୋଗୀ
ଆମେ ବି ଗଢି଼ବା ଓଡି଼ଆ ଉଇକିପିଡି଼ଆକୁ।

Frameless
Frameless

ଏଠାରେ ଓଡି଼ଆ ଉଇକିପିଡି଼ଆରେ ଅବଦାନ କରୁଥିବା ମହିଳା ଉଇକିଆଳିଙ୍କ ବିଷୟରେ ଲେଖା ହେଇଛି।

ଆଭା ପ୍ରଧାନ

ଆଦ୍ୟାଶା ସାହୁ

ଅଲିଭା ସାହୁ

ସ୍ୱାଗତଂ ! ମୁଁ "ଅଲିଭା ସାହୁ" । ଓଡ଼ିଆ ଉଇକିପିଡ଼ିଆ ରେ ଜଣେ ସମ୍ପାଦିକା ରୂପେ କାର୍ଯ୍ୟ କରୁଛି । ମୁଁ (୧୦/୦୧/୨୦୧୬) ତାରିଖରେ ଉଇକିଟୁଙ୍ଗୀ ପୁରୀ ରେ ଯୋଗ ଦେଇଥିଲି । କାକଟପୁର କଲେଜରେ ମୁଁ କଳା - ଓଡ଼ିଆ ସାହିତ୍ୟ ରେ ସ୍ନାତକ ଅର୍ଜନ କରିଛି । ବର୍ତ୍ତମାନ (I.G.N.O.U) ରେ Rural Devlopment ବିଷୟରେ "ମାଷ୍ଟର ଡିଗ୍ରୀ" କୋର୍ସ କରୁଅଛି ।

ଉଇକିପିଡ଼ିଆ

ମୁଁ ଓଡ଼ିଆ ଉଇକିପିଡ଼ିଆ ରେ ୧୦ ଜାନୁଆରୀ ୨୦୧୬ ମସିହାରେ ଯୋଗଦାନ କଲି । ପ୍ରଥମେ ଓଡ଼ିଆ ଉଇକିପିଡିଆ ର ପ୍ରକୃତ ଅର୍ଥ ବୁଝିପାରି ନଥିଲି । ପରେ ମୋର ସାଙ୍ଗ ମାନଙ୍କ ଠାରୁ ଏହାର ପ୍ରକୃତ ଅର୍ଥ ଏବଂ ଓଡ଼ିଆ ଭାଷା ରେ ଏହାର ଭୂମିକା ସମ୍ବନ୍ଧରେ ଶୁଣିବା ପରେ ମୁଁ ମଧ୍ୟ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ପ୍ରକ୍ରିୟା ଆରମ୍ଭ କରିଥିଲି । ଓଡ଼ିଆ ଉଇକିରେ ଲେଖିବା ପାଇଁ ମୋର ପ୍ରକୃତ ଉଦ୍ଦେଶ୍ୟ ହେଲା ମୋର ଓଡ଼ିଆ ଭାଷା ପ୍ରତି ଅତ୍ୟନ୍ତ ଆଗ୍ରହ । ପ୍ରଥମେ ଭାବିଥିଲି ଓଡ଼ିଆ ସାହିତ୍ୟ ରେ ସ୍ନାତକ ପ୍ରାପ୍ତ ହେଲା ପରେ ଓଡ଼ିଆ ଭାଷା ପ୍ରତି କିଛି ମଧ୍ୟ କରିପାରିବି ନାହିଁ ; କିନ୍ତୁ ଓଡ଼ିଆ ଉଇକି ମୋତେ ଏକ ନୂଆ ମାଧ୍ୟମ ଦେଇପାରିଲା , ଓଡ଼ିଆ ଭାଷା ପ୍ରତି କିଛି କରି ଦେଖାଇପାରିବା ପାଇଁ । ଆଶା କରେ କି , ଓଡ଼ିଆ ଉଇକିରେ ଓଡ଼ିଆ ଭାଷାର ଲେଖା ମାଧ୍ୟମ ସମସ୍ତ ଭାଷା ମାନଙ୍କ ମଧ୍ୟରେ ଶ୍ରେଷ୍ଠତମ ଆସନ ଗ୍ରହଣ କରିପାରିବ ଏବଂ ପୃଥିବୀ ପୃଷ୍ଠରେ ବାସକରୁଥିବା ସମସ୍ତ ଲୋକମାନେ ଓଡ଼ିଆ ଭାଷା କୁ ଜାଣିବା ସହ ତା'କୁ ସମ୍ମାନ ମଧ୍ୟ ଦେଇପାରିବେ ।

ଅବଦାନ

ଓଡ଼ିଆ ଉଇକିପିଡ଼ିଆ ରେ ଯୋଗଦେବା ପାଶ୍ଚାତ ମୁଁ ଓଡ଼ିଆ ଆର୍ଟିକିଲ ସମ୍ପାଦନା କରିବା ପ୍ରକ୍ରିୟା ଜାରୀରଖିଥିଲି । କିଛି ପୁରୁଣା ଆର୍ଟିକିଲ କୁ ଏଡିଟିଙ୍ଗ କରିବା ସହ ନୂଆ ଆର୍ଟିକିଲ ମଧ୍ୟ ଲେଖିଥିଲି । ମୋର ପ୍ରଥମ ଏଡିଟିଙ୍ଗ ଆର୍ଟିକିଲ -ମଙ୍ଗଳା ମନ୍ଦିରଏବଂ ନୂଆ ଆର୍ଟିକିଲ -ଏଡ଼ିଥ୍ ହାରଟନ୍। ଏହାସହ ଆହୁରି କିଛି ଆର୍ଟିକିଲ ମଧ୍ୟ ସମ୍ପାଦନା କରିପାରିଛି। ଏହି ଆର୍ଟିକିଲ ମାନଙ୍କ ମଧ୍ୟରୁ ବାଦ୍ୟ ଯନ୍ତ୍ର ଆର୍ଟିକିଲ ଓଡ଼ିଆ ଉଇକିପିଡ଼ିଆ ରେ (ଟପ - ୧୦) ରେ ସ୍ଥାନ ଗ୍ରହଣ କରିପାରିଛି । ମୋ ଦ୍ୱାରା ନିମ୍ନୋକ୍ତ ଆର୍ଟିକିଲ ସମ୍ପାଦିତ ହୋଇପାରିଛି ।

ମୁଁ "ଅଲିଭା ସାହୁ" , ନିଜ ଉପରେ ଆଶା ଏବଂ ଦୃଢ଼ ବିଶ୍ଵସାର ସହ ଏତିକି କହିପାରିବି କି , ଆଗକୁ ମଧ୍ୟ ମୋ ଓଡ଼ିଆ ଏଡିଟିଙ୍ଗରେ ସମ୍ପାଦନା ଏହିପରି ଭାବରେ ଜାରି ରଖିବି । "ଧନ୍ୟବାଦ" । ( ଜୟ ଜଗନ୍ନାଥ ) !!! --Aliva Sahoo (ମୋ ଆଲୋଚନା) ୧୭:୨୫, ୨୦ ମାର୍ଚ୍ଚ ୨୦୧୬ (IST)[reply]

ଚିନ୍ମୟୀ ମିଶ୍ର

କୁମାରିକା ମହାନ୍ତି

ପଙ୍କଜମାଳା ଷଡ଼ଙ୍ଗୀ

ରାଜଲକ୍ଷ୍ମୀ ମିଶ୍ର

ମୋର ନାମ ରାଜଲକ୍ଷ୍ମୀ ମିଶ୍ର। ମୁଁ ଓଡ଼ିଆ ଉଇକିପିଡିଆ ର ଜଣେ ବ୍ୟବ‌ହାରକାରୀ। ମୁଁ ୨୦୧୬ ମସିହା ଫେବୃଆରୀ୨୫ ତାରିଖ ରେ ଉଇକିପିଡିଆ ରେ ଯୋଗ ଦେଇଥିଲି।

ନିଜ ବାବଦ ରେ

ମୁଁ ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ଠାରେ ରୁହେ। ବର୍ତ୍ତମାନ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ର ଏମ୍.ସି.ଏ. ଡିପାର୍ଟମେଣ୍ଟ୍ ର ଛାତ୍ରୀ। ମୋତେ ଓଡ଼ିଆ ଉଇକିପିଡିଆ ରେ ଲେଖିବାକୁ ଭଲ ଲାଗେ। ପ୍ରାୟତଃ ଅବସର ସମୟ ରେ ମୁଁ ଓଡ଼ିଆ ଉଇକିପେଡିଆ ବ୍ୟବ‌ହାର କରିଥାଏ। ମୋର ଚିତ୍ର, ଗୀତ, ନୃତ୍ୟ ତ‌ଥା ଅନ୍ୟାନ୍ୟ କଳା ପ୍ରତି ବିଶେଷ ରୁଚି ଅଛି। ମୋତେ ମଧ୍ୟ ଲେଖାଲେଖି କରିବାକୁ ଭଲ ଲାଗେ।

ଉଇକିପିଡିଆ ରେ ଅବଦାନ

ମୁଁ ଓଡ଼ିଆ ଉଇକିପିଡିଆ ରେ ପ୍ରଥମ କରି ଡିବି ପୃଷ୍ଠାଟି ରେ ସମ୍ପାଦନା କରିଥିଲି। ପାଣିନି ହେଉଛି ମୁଁ ଉଇକିପିଡିଆ ରେ ଲେଖିଥିବା ପ୍ରଥମ ପ୍ରସଙ୍ଗ। ଏହା ଛଡ଼ା ମୁଁ Wikimedia Commons ରେ ବି‌ଭିନ୍ନ ଫଟୋ ମଧ୍ୟ ଅପ୍‌ଲୋଡ଼୍ କରେ। ମୁଁ ବର୍ତ୍ତମାନ ଯାଏଁ ଓଡ଼ିଆ ଉଇକିପିଡିଆ ରେ ଲେଖିଥିବା ପ୍ରସଙ୍ଗ ଗୁଡ଼ିକ ହେଲା:

ମୁଁ ଭ‌ବିଷ୍ୟତ ରେ ମଧ୍ୟ ଓଡ଼ିଆ ଉଇକିପିଡିଆ ରେ ସମ୍ପାଦନା କରିବା ଜାରି ରଖିବି। ଏହା ମୋର ଆଶା ଏବଂ ବିଶ୍ୱାସ।

ଧନ୍ୟବାଦ! -Rajalaxmi Mishra (ମୋ ଆଲୋଚନା) ୧୫:୪୩, ୨୧ ମାର୍ଚ୍ଚ ୨୦୧୬ (IST)[reply]

ରାଜଶ୍ରୀ

ସୁଚିସ୍ମିତା ପରିଡ଼ା

ସୋନାଲି ସୁବୁଦ୍ଧି