Jump to content

ଉଇକିପିଡ଼ିଆ:ଓଡ଼ିଆ ଉଇକିପିଡ଼ିଆ ମହିଳା ଉଇକିଆଳି

ଉଇକିପିଡ଼ିଆ‌ରୁ


ଓଡି଼ଆ ଉଇକିପିଡି଼ଆ ମହିଳା ସହଯୋଗୀ
ଆମେ ବି ଗଢି଼ବା ଓଡି଼ଆ ଉଇକିପିଡି଼ଆକୁ।

Frameless
Frameless

ଏଠାରେ ଓଡି଼ଆ ଉଇକିପିଡି଼ଆରେ ଅବଦାନ କରୁଥିବା ମହିଳା ଉଇକିଆଳିଙ୍କ ବିଷୟରେ ଲେଖା ହେଇଛି।

ଆଭା ପ୍ରଧାନ

ଆଦ୍ୟାଶା ସାହୁ

ଅଲିଭା ସାହୁ

ସ୍ୱାଗତଂ ! ମୁଁ "ଅଲିଭା ସାହୁ" । ଓଡ଼ିଆ ଉଇକିପିଡ଼ିଆ ରେ ଜଣେ ସମ୍ପାଦିକା ରୂପେ କାର୍ଯ୍ୟ କରୁଛି । ମୁଁ (୧୦/୦୧/୨୦୧୬) ତାରିଖରେ ଉଇକିଟୁଙ୍ଗୀ ପୁରୀ ରେ ଯୋଗ ଦେଇଥିଲି । କାକଟପୁର କଲେଜରେ ମୁଁ କଳା - ଓଡ଼ିଆ ସାହିତ୍ୟ ରେ ସ୍ନାତକ ଅର୍ଜନ କରିଛି । ବର୍ତ୍ତମାନ (I.G.N.O.U) ରେ Rural Devlopment ବିଷୟରେ "ମାଷ୍ଟର ଡିଗ୍ରୀ" କୋର୍ସ କରୁଅଛି ।

ଉଇକିପିଡ଼ିଆ ରେ ଯୋଗଦାନ

ମୁଁ ଓଡ଼ିଆ ଉଇକିପିଡ଼ିଆ ରେ ୧୦ ଜାନୁଆରୀ ୨୦୧୬ ମସିହାରେ ଯୋଗଦାନ କଲି । ପ୍ରଥମେ ଓଡ଼ିଆ ଉଇକିପିଡିଆ ର ପ୍ରକୃତ ଅର୍ଥ ବୁଝିପାରି ନଥିଲି । ପରେ ମୋର ସାଙ୍ଗ ମାନଙ୍କ ଠାରୁ ଏହାର ପ୍ରକୃତ ଅର୍ଥ ଏବଂ ଓଡ଼ିଆ ଭାଷା ରେ ଏହାର ଭୂମିକା ସମ୍ବନ୍ଧରେ ଶୁଣିବା ପରେ ମୁଁ ମଧ୍ୟ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ପ୍ରକ୍ରିୟା ଆରମ୍ଭ କରିଥିଲି । ଓଡ଼ିଆ ଉଇକିରେ ଲେଖିବା ପାଇଁ ମୋର ପ୍ରକୃତ ଉଦ୍ଦେଶ୍ୟ ହେଲା ମୋର ଓଡ଼ିଆ ଭାଷା ପ୍ରତି ଅତ୍ୟନ୍ତ ଆଗ୍ରହ । ପ୍ରଥମେ ଭାବିଥିଲି ଓଡ଼ିଆ ସାହିତ୍ୟ ରେ ସ୍ନାତକ ପ୍ରାପ୍ତ ହେଲା ପରେ ଓଡ଼ିଆ ଭାଷା ପ୍ରତି କିଛି ମଧ୍ୟ କରିପାରିବି ନାହିଁ ; କିନ୍ତୁ ଓଡ଼ିଆ ଉଇକି ମାଧ୍ୟମରେ ମୋତେ ଓଡ଼ିଆ ଭାଷା ଉପରେ ଲେଖିବାର ସୁଯଗ ମିଳି ପାରିଛି ।

ଅବଦାନ

ଓଡ଼ିଆ ଉଇକିପିଡ଼ିଆ ରେ ଯୋଗଦେବା ପରେ-ପରେ ମୁଁ ଓଡ଼ିଆ ଆର୍ଟିକିଲ ସମ୍ପାଦନା କରିବା ପ୍ରକ୍ରିୟା ଜାରି ରଖିଥିଲି । କିଛି ପୁରୁଣା ଆର୍ଟିକିଲ କୁ ଏଡିଟିଙ୍ଗ କରିବା ସହ ନୂଆ ଆର୍ଟିକିଲ ମଧ୍ୟ ଲେଖିଥିଲି । ମୋର ପ୍ରଥମ ଏଡିଟିଙ୍ଗ ଆର୍ଟିକିଲ -ମଙ୍ଗଳା ମନ୍ଦିରଏବଂ ନୂଆ ଆର୍ଟିକିଲ -ଏଡ଼ିଥ୍ ହାରଟନ୍। ଏହାସହ ଆହୁରି କିଛି ଆର୍ଟିକିଲ ମଧ୍ୟ ସମ୍ପାଦନା କରିପାରିଛି। ଏହି ଆର୍ଟିକିଲ ମାନଙ୍କ ମଧ୍ୟରୁ ବାଦ୍ୟ ଯନ୍ତ୍ର ଆର୍ଟିକିଲ ଓଡ଼ିଆ ଉଇକିପିଡ଼ିଆ ରେ (ଟପ - ୧୦) ରେ ସ୍ଥାନ ଗ୍ରହଣ କରିପାରିଛି । ମୋ ଦ୍ୱାରା ନିମ୍ନୋକ୍ତ ପ୍ରସଙ୍ଗ ଗୁଡିକ ସମ୍ପାଦିତ ହୋଇପାରିଛି ।

ମୁଁ "ଅଲିଭା ସାହୁ" , ନିଜ ଉପରେ ଆଶା ଏବଂ ଦୃଢ଼ ବିଶ୍ଵସାର ସହ ଏତିକି କହିପାରିବି କି , ଆଗକୁ ମଧ୍ୟ ମୋ ଓଡ଼ିଆ ଏଡିଟିଙ୍ଗରେ ସମ୍ପାଦନା କରିବା ଏହିପରି ଭାବରେ ଜାରି ରଖିବି । "ଧନ୍ୟବାଦ" । ( ଜୟ ଜଗନ୍ନାଥ ) !!! --Aliva Sahoo (ମୋ ଆଲୋଚନା) ୧୭:୨୫, ୨୦ ମାର୍ଚ୍ଚ ୨୦୧୬ (IST)[reply]

ଚିନ୍ମୟୀ ମିଶ୍ର

ସ୍ୱାଗତଂ,ମୋର ନାମ ଚିନ୍ମୟୀ ମିଶ୍ର । ମୁଁ ୨୦ ଡିସେମ୍ବର୍ ୨୦୧୫ ରେ ଓଡ଼ିଆ ଉଇକିପିଡ଼ିଆ ର ପୁରୀ କର୍ମଶାଳାରେ ଯୋଗଦାନ କରିଥିଲି ।

କୁମାରିକା ମହାନ୍ତି

ପଙ୍କଜମାଳା ଷଡ଼ଙ୍ଗୀ

ରାଜଲକ୍ଷ୍ମୀ ମିଶ୍ର

ମୋର ନାମ ରାଜଲକ୍ଷ୍ମୀ ମିଶ୍ର। ମୁଁ ଓଡ଼ିଆ ଉଇକିପିଡିଆ ର ଜଣେ ବ୍ୟବ‌ହାରକାରୀ। ମୁଁ ୨୦୧୬ ମସିହା ଫେବୃଆରୀ୨୫ ତାରିଖ ରେ ଉଇକିପିଡିଆ ରେ ଯୋଗ ଦେଇଥିଲି।

ନିଜ ବାବଦ ରେ

ମୁଁ ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ଠାରେ ରୁହେ। ବର୍ତ୍ତମାନ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ର ଏମ୍.ସି.ଏ. ଡିପାର୍ଟମେଣ୍ଟ୍ ର ଛାତ୍ରୀ। ମୋତେ ଓଡ଼ିଆ ଉଇକିପିଡିଆ ରେ ଲେଖିବାକୁ ଭଲ ଲାଗେ। ପ୍ରାୟତଃ ଅବସର ସମୟ ରେ ମୁଁ ଓଡ଼ିଆ ଉଇକିପେଡିଆ ବ୍ୟବ‌ହାର କରିଥାଏ। ମୋର ଚିତ୍ର, ଗୀତ, ନୃତ୍ୟ ତ‌ଥା ଅନ୍ୟାନ୍ୟ କଳା ପ୍ରତି ବିଶେଷ ରୁଚି ଅଛି। ମୋତେ ମଧ୍ୟ ଲେଖାଲେଖି କରିବାକୁ ଭଲ ଲାଗେ।

ଉଇକିପିଡିଆ ରେ ଅବଦାନ

ମୁଁ ଓଡ଼ିଆ ଉଇକିପିଡିଆ ରେ ପ୍ରଥମ କରି ଡିବି ପୃଷ୍ଠାଟି ରେ ସମ୍ପାଦନା କରିଥିଲି। ପାଣିନି ହେଉଛି ମୁଁ ଉଇକିପିଡିଆ ରେ ଲେଖିଥିବା ପ୍ରଥମ ପ୍ରସଙ୍ଗ। ଏହା ଛଡ଼ା ମୁଁ Wikimedia Commons ରେ ବି‌ଭିନ୍ନ ଫଟୋ ମଧ୍ୟ ଅପ୍‌ଲୋଡ଼୍ କରେ। ମୁଁ ବର୍ତ୍ତମାନ ଯାଏଁ ଓଡ଼ିଆ ଉଇକିପିଡିଆ ରେ ଲେଖିଥିବା ପ୍ରସଙ୍ଗ ଗୁଡ଼ିକ ହେଲା:

ମୁଁ ଭ‌ବିଷ୍ୟତ ରେ ମଧ୍ୟ ଓଡ଼ିଆ ଉଇକିପିଡିଆ ରେ ସମ୍ପାଦନା କରିବା ଜାରି ରଖିବି। ଏହା ମୋର ଆଶା ଏବଂ ବିଶ୍ୱାସ।

ଧନ୍ୟବାଦ! -Rajalaxmi Mishra (ମୋ ଆଲୋଚନା) ୧୫:୪୩, ୨୧ ମାର୍ଚ୍ଚ ୨୦୧୬ (IST)[reply]

ରାଜଶ୍ରୀ

ସୁଚିସ୍ମିତା ପରିଡ଼ା

ସୋନାଲି ସୁବୁଦ୍ଧି

ମୁଁ ସୋନାଲି ସୁବୁଦ୍ଧି । ମୁଁ ଉଇକିପିଡ଼ିଆର ଜଣେ ନୂଆ ବ୍ୟବହାର କାରୀ ସଦସ୍ୟା ଅଟେ । ମୁଁ ଉଇକିପେଡ଼ିଆରେ ୧୦ ଜାନୁଆରୀ ୨୦୧୬ ମସିହାରେ ଯୋଗଦାନ କଲି ।

ମୋ ବାବଦରେ

ମୁଁ ପୁରୀ ସହରେ ରହୁଅଛି । ମୁଁ BCA ଛାତ୍ରୀ ଅଟେ । ମୋର ଲେଖା ଲେଖି ପ୍ରତି ଅଧିକ ରୁଚି ରହିଅଛି । ଏହା ସହ ବିଭିନ୍ନ ପ୍ରକାରର ପୁସ୍ତକ ପଢିବାକୁ ଭଲ ଲାଗେ ।

ଉଇକିପିଡ଼ିଆ ରେ ଅବଦାନ

ମୋର ପ୍ରଥମ ଆର୍ଟିକିଲ ଥିଲା ମେଘନାଦ ଶାହା । ଏହା ସହ ଅନ୍ୟ ପ୍ରସଙ୍ଗ ହେଲା :

  • ମେଘନାଦ ଶାହା
  • ଏନରିକୋ ଫେର୍ମିଙ୍ଗ
  • ହେଲେନ କେଲର
  • ମୀରା ବାଈ
  • ବଚେଂଦ୍ରୀ ପାଲ

ଆଶା କରେ କି , ମୋର ଓଡ଼ିଆ ଉଇକିପିଡ଼ିଆ ରେ ଲେଖିବାର ପ୍ରଯ୍ୟାୟ ଏହିପରି ଜାରି ରଖିପାରେ । ଧନ୍ୟବାଦ ! --Sonalisubudhi122 (ମୋ ଆଲୋଚନା) ୧୮:୧୫, ୨୧ ମାର୍ଚ୍ଚ ୨୦୧୬ (IST)[reply]