Jump to content

ଦେବଦାସ ଗାନ୍ଧୀ

ଉଇକିପିଡ଼ିଆ‌ରୁ
୨୨:୦୫, ୧ ଅକ୍ଟୋବର ୨୦୨୩ ବେଳେ Ssgapu22 (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
ଦେବଦାସ ଗାନ୍ଧୀ
୧୯୨୦ରେ ଦେବଦାସ ଗାନ୍ଧୀ
ଜନ୍ମ
ଦେବଦାସ ମୋହନଦାସ ଗାନ୍ଧୀ

(1900-05-22)୨୨ ମଇ ୧୯୦୦
ମୃତ୍ୟୁ୩ ଅଗଷ୍ଟ ୧୯୫୭(1957-08-03) (ବୟସ ୫୭)
ଜାତୀୟତାଆଫ୍ରିକୀୟ/ଭାରତୀୟ
ବୈବାହିକ-ସାଥୀଲକ୍ଷ୍ମୀ ଗାନ୍ଧୀ[୧][୨]
ସନ୍ତାନ
  • ରାଜମୋହନ ଗାନ୍ଧୀ
  • ଗୋପାଳକୃଷ୍ଣ ଗାନ୍ଧୀ
  • ରାମଚନ୍ଦ୍ର ଗାନ୍ଧୀ
  • ତାରା ଗାନ୍ଧୀ
ପିତାମାତାs
ସମ୍ପର୍କୀୟ

ଦେବଦାସ ମୋହନଦାସ ଗାନ୍ଧୀ (୨୨ ମଇ ୧୯୦୦ - ୩ ଅଗଷ୍ଟ ୧୯୫୭) ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଚତୁର୍ଥ ତଥା ସାନପୁଅ ଥିଲେ । ସେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ ଏବଂ ଯୁବକ ଅବସ୍ଥାରେ ପିତାମାତାଙ୍କ ସହ ଭାରତ ଫେରିଥିଲେ । ସେ ତାଙ୍କ ପିତାଙ୍କ ସହ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ରହି ଅନେକଥର କାରାବରଣ କରିଥିଲେ । ସେ ବିଶିଷ୍ଟ ସାମ୍ବାଦିକ ଭାବରେ ହିନ୍ଦୁସ୍ତାନ ଟାଇମ୍ସର ସମ୍ପାଦକ ଭାବରେ କାର୍ଯ୍ୟ କରି ଥିଲେ । ୧୯୧୮ ମସିହାରେ ତାମିଲନାଡ଼ୁଠାରେ ମୋହନ ଦାସ ଗାନ୍ଧୀଙ୍କଦ୍ୱାରା ସ୍ଥାପିତ ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାର ସେ ପ୍ରଥମ ପ୍ରଚାରକ ଥିଲେ । ଦକ୍ଷିଣ ଭାରତରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।[୩]

ପରିବାର

ଦେବଦାସ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ବାପାଙ୍କ ସହଯୋଗୀ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ କନ୍ୟା ଲକ୍ଷ୍ମୀଙ୍କ ପ୍ରେମରେ ପଡ଼ିଥିଲେ । ସେହି ସମୟରେ ଲକ୍ଷ୍ମୀଙ୍କର ବୟସ ୧୫ ବର୍ଷ ହୋଇଥିଲା ଏବଂ ଦେବଦାସଙ୍କୁ ୨୮ ବର୍ଷ ହୋଇଥିଲା, ତେଣୁ ତାଙ୍କ ମହାତ୍ମା ଗାନ୍ଧୀ ଏବଂ ରାଜଗୋପାଳଚାରୀ ପରସ୍ପରଙ୍କୁ ନ ଦେଖି ପାଞ୍ଚ ବର୍ଷ ଅପେକ୍ଷା କରିବାକୁ କହିଥିଲେ । ପାଞ୍ଚ ବର୍ଷ ପରେ ୧୯୩୩ ମସିହାରେ ସେମାନଙ୍କର ପିତାଙ୍କର ଅନୁମତି କ୍ରମେ ବିବାହ ହୋଇଥିଲା ।[୪]

ଦେବଦାସ ଏବଂ ଲକ୍ଷ୍ମୀଙ୍କର ଚାରିଟି ସନ୍ତାନ ଥିଲେ, ରାଜମୋହନ ଗାନ୍ଧୀ, ଗୋପାଳକୃଷ୍ଣ ଗାନ୍ଧୀ, ରାମଚନ୍ଦ୍ର ଗାନ୍ଧୀ [୫] ଏବଂ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ (ଜନ୍ମ: ୨୪ ଅପ୍ରେଲ ୧୯୩୪, ନୂଆଦିଲ୍ଲୀ)।

ଆଧାର

  1. Hopley, Antony R. H. (2004). "Chakravarti Rajagopalachari". Oxford Dictionary of National Biography. doi:10.1093/ref:odnb/31579.
  2. Varma et al., p 52
  3. "When Gandhi turned half-naked fakir in Tamil Nadu". Outlook India. Retrieved 2020-03-11.{{cite web}}: CS1 maint: url-status (link)
  4. Tunzelmann, Alex Von (2008). Indian Summer: The Secret History of the End of an Empire. London, United Kingdom: Simon & Schuster. p. 78. ISBN 9781416522256.
  5. Ramachandra Guha (15 August 2009). "The Rise and Fall of the Bilingual Intellectual" (PDF). Economic and Political Weekly. Economic and Political Weekly. XLIV (33).